
ଦୁଇଟି ସ୍ଥାନରେ (3.9ରୁ 3.15 ଏବଂ 4.23ରୁ 4.32) ଶ୍ରୀକୃଷ୍ଣ ଯଜ୍ଞ ରୂପକ ନିଃସ୍ୱାର୍ଥପର କର୍ମ ବିଷୟରେ କହିଥିଲେ । ସେ ଚେତାବନୀ ଦେଇଛନ୍ତି ଯେ ପ୍ରେରିତ କର୍ମ ଆମକୁ କର୍ମବନ୍ଧନରେ ବାନ୍ଧି ରଖିଥାଏ ଏବଂ ଏହାକୁ ଅନାସକ୍ତି ସହିତ ଯାହା ଆସକ୍ତି ଏବଂ ବିରକ୍ତି ବାହାରେ କରିବାକୁ ପରାମର୍ଶ ଦେଇଥାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ନିଃସ୍ୱାର୍ଥପର କାର୍ଯ୍ୟରେ ସର୍ବୋଚ୍ଚ ଶକ୍ତି ଅଛି (3.15) ଏବଂ ଆରମ୍ଭରେ ସୃଷ୍ଟିକର୍ତ୍ତା ଏହି ଶକ୍ତି ବ୍ୟବହାର କରି ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ (3.10) । ସେ ଯଜ୍ଞର ଅନେକ ଉଦାହରଣ ଦେଇଥିଲେ ଏବଂ ସିଦ୍ଧାନ୍ତ କଲେ ଯେ ସେ ସମସ୍ତ ନିଃସ୍ୱାର୍ଥପର କର୍ମର ବିଭିନ୍ନ ରୂପ ଅଟନ୍ତି (4.23ରୁ 4.32) ଏବଂ ଏହି ହୃଦୟଙ୍ଗମ ଆମକୁ ମୁକ୍ତ କରିବ (4.32) । ଏହାକୁ ପ୍ରଭୁଙ୍କ ନିଶ୍ଚିତତା ବୋଲି ବିଚାର କରି ମାନି ନେବା ଉଚିତ ।
ଆହୁରି ମଧ୍ୟ, ପାପ ସମ୍ବନ୍ଧରେ, ଶ୍ରୀକୃଷ୍ଣ ସୂଚିତ କରିଛନ୍ତି ଯେ ସୁଖ-ଦୁଃଖ, ଲାଭ-କ୍ଷତି, ବିଜୟ-ପରାଜୟର ଦ୍ୱନ୍ଦ୍ୱ ମଧ୍ୟରେ ଥିବା ଅସନ୍ତୁଳନରୁ ଉତ୍ପନ୍ନ କାର୍ଯ୍ୟ ହେଉଛି ପାପ ଯାହା ସର୍ବଦା ଦୋଷ, ଦୁଃଖ, ଦ୍ୱେଷ ଏବଂ ଘୃଣାର କର୍ମବନ୍ଧନ ସୃଷ୍ଟି କରେ । ସେ ଆହୁରି ମଧ୍ୟ କହିଛନ୍ତି, “ଯେ ଆଶାରହିତ ହୋଇଯାଇଛନ୍ତି, ଯେ ଅନ୍ତଃକରଣ ଓ ଇନ୍ଦ୍ରିୟମାନଙ୍କ ସହିତ ଶରୀରକୁ ଜୟ କରିନେଇଛନ୍ତି, ଯେ ସମସ୍ତ ଭୋଗସାମଗ୍ରୀ ପରିତ୍ୟାଗ କରିଦେଇଛନ୍ତି, ସେହି ପୁରୁଷ କେବଳ ଶରୀର ସମ୍ବନ୍ଧୀୟ କର୍ମ କରୁଥିଲେ ମଧ୍ୟ ପାପଭାଗୀ ହୁଅନ୍ତି ନାହିଁ” (4.21) । ଭଗବାନ ସିଦ୍ଧାନ୍ତ ଦେଇଛନ୍ତି ଯେ ଯଜ୍ଞକୁ ଜାଣିଥିବା ସାଧକ ଅନାସକ୍ତି ସହିତ କର୍ମ କରି ପାପକୁ ନଷ୍ଟ କରିଦେଇଛନ୍ତି(4.30) । ଏହା ଯଜ୍ଞ ଦ୍ୱାରା ପାପର ବିନାଶ ବିଷୟରେ ପ୍ରଭୁଙ୍କର ନିଶ୍ଚିତତା ଅଟେ ।
ଶ୍ରୀକୃଷ୍ଣ ପ୍ରଥମେ ଘୋଷଣା କରିଥିଲେ ଯେ ଆମର କର୍ମ ଉପରେ ଅଧିକାର ଅଛି, କିନ୍ତୁ କର୍ମଫଳ ଉପରେ ନୁହେଁ (2.47) । ଏଠାରେ ସେ ଏକ ରହସ୍ୟ ପ୍ରକାଶ କରିଥିଲେ ଯେ ଯଜ୍ଞର ନିଃସ୍ୱାର୍ଥପର କର୍ମର ଅବଶିଷ୍ଟାଂଶ ହେଉଛି ବ୍ରହ୍ମର ଅମୃତ (4.31) । ଏହାର ସଙ୍କେତ ହେଉଛି ଯେ ଆମେ ଯାହା ହାସଲ କରୁ, ତାହା ହେଉଛି ଚେତନା କିମ୍ବା ଅଜ୍ଞତାରେ ଆମ ଦ୍ୱାରା କରାଯାଇଥିବା ନିଃସ୍ୱାର୍ଥପର କାର୍ଯ୍ୟର ଫଳାଫଳ । ଅନ୍ୟ ଏକ ସିଦ୍ଧାନ୍ତ ହେଉଛି ଯଦି ଆମେ ତୃପ୍ତିକୁ ମାନଦଣ୍ଡ ଭାବରେ ଗ୍ରହଣ କରୁ, ସନ୍ତୁଷ୍ଟ ବ୍ୟକ୍ତି ଅଧିକ ସନ୍ତୁଷ୍ଟ ହୁଅନ୍ତି ଏବଂ ଅସନ୍ତୁଷ୍ଟ ବ୍ୟକ୍ତି ଅଧିକ ଅସନ୍ତୁଷ୍ଟ ହୁଅନ୍ତି । ତୃପ୍ତି, ଅଧିକ ତୃପ୍ତି ଆଣିଥାଏ ଏବଂ ଦୁଃଖ, ଅଧିକ ଦୁଃଖ ଆଣିଥାଏ । ଯଜ୍ଞରୁ ଆସୁଥିବା ସନ୍ତୋଷର ଅମୃତ ବିଷୟରେ ଏହା ପ୍ରଭୁଙ୍କଠାରୁ ଏକ ଆଶ୍ୱସନା ଅଟେ ।
ପ୍ରେରଣା ଏକ କାର୍ଯ୍ୟକୁ ପାପ କରାଇଥାଏ ଏବଂ ଯେତେବେଳେ ସମାନ କର୍ମ ଯଜ୍ଞ ପରି କରାଯାଏ, ଏହା ପୂଣ୍ୟ ହୋଇଯାଏ ଯାହା ମୁକ୍ତି ଏବଂ ସନ୍ତୋଷର ଅମୃତ ଛଡ଼ା ଆଉ କିଛି ନୁହେଁ ।
https://samajaepaper.in/imageview_56_2452025205930992_4_83_25-05-2025_6_i_1_sf.html#google_vignette