
ଭୌତିକ ସଂସ୍ଥାଗୁଡ଼ିକ ପୂର୍ବାନୁମାନଯୋଗ୍ୟ ଆଚରଣ ଏବଂ ଗୁଣ ଦ୍ୱାରା ପରିଚାଳିତ ହୁଅନ୍ତି । ଶ୍ରୀକୃଷ୍ଣ ସର୍ବଶକ୍ତିମାନ ଅବ୍ୟକ୍ତ ଏବଂ ବ୍ୟକ୍ତ ମଧ୍ୟରେ ଥିବା ସଂପର୍କ ବିଷୟରେ ବୁଝାନ୍ତି ଯେତେବେଳେ ସେ କୁହନ୍ତି “ଭକ୍ତମାନେ ମୋତେ ଯେପରି ଭଜନ କରନ୍ତି, ମୁଁ ସେମାନଙ୍କୁ ସେପରି ଭଜନ କରେ; କାରଣ ମନୁଷ୍ୟମାନେ ସବୁ ପ୍ରକାରେ ମୋର ହିଁ ମାର୍ଗ ଅନୁସରଣ କରନ୍ତି” (4.11) ।
ପ୍ରଥମତଃ, ଏହା ପ୍ରଭୁଙ୍କଠାରୁ ଏକ ନିଶ୍ଚିତତା ଯେ ଆମେ ଅନୁସରଣ କରୁଥିବା ଯେକୌଣସି ପଥ ଏବଂ ଯଦିଓ ଏହି ପଥଗୁଡିକ ପରସ୍ପର ବିରୋଧୀ ହୋଇପାରେ, ସେମାନେ ସମସ୍ତେ ଅବ୍ୟକ୍ତ ପରମାତ୍ମାଙ୍କ ପଥ । ଦ୍ୱିତୀୟତଃ, ଭଗବାନ ଏକ ବହୁମୁଖୀ ଦର୍ପଣ ପରି ପ୍ରତିକ୍ରିୟା କରନ୍ତି ଯାହା ଆମର ଭାବନା, ଚିନ୍ତାଧାରା ଏବଂ କାର୍ଯ୍ୟକୁ ପ୍ରତିବିମ୍ବିତ କରେ ଏବଂ ପ୍ରତିଧ୍ୱନିତ କରେ । ତୃତୀୟତଃ, ଯେତେବେଳେ ଆମେ ଏକ ମଞ୍ଜି ବୁଣନ୍ତି, ଏହା ଏକ ବୃକ୍ଷର ପୂର୍ଣ୍ଣ କ୍ଷମତା ହାସଲ କରିବାକୁ ସମୟ ନିଏ ଏବଂ ଏହି ସମୟ ବ୍ୟବଧାନ ଆମକୁ ଇଶ୍ୱରଙ୍କ ପ୍ରତିଧ୍ୱନିର ଏହି ସିଦ୍ଧାନ୍ତକୁ ସଂପୂର୍ଣ୍ଣ ରୂପେ ବୁଝିବାରେ ପ୍ରତିରୋଧ କରିଥାଏ ।
ଯଦି ଆମେ ଆମ ଜୀବନକୁ ବିନା ସର୍ତ୍ତମୂଳକ ପ୍ରେମ ଏବଂ ଶ୍ରଦ୍ଧାରେ ଭରିବା ତେବେ ପ୍ରେମ ଏବଂ ଶ୍ରଦ୍ଧା ଅବଶ୍ୟ ଆମ ଜୀବନକୁ ଆନନ୍ଦମୟ କରିବା ପାଇଁ ଫେରି ଆସେ । ଯଦି ଆମେ କ୍ରୋଧ, ଭୟ, ଘୃଣା, ନିଷ୍ଠୁରତା କିମ୍ବା ଇର୍ଷା ବୁଣିବା ତେବେ ଆମ ଜୀବନକୁ ଦୁଃଖଦାୟକ କରି ସମାନ ପରିବେଷଣ କରାଯିବ । ଏହାର ଅଗଣିତ ଉଦାହରଣ ଅଛି ଏବଂ ଧ୍ୟାନ ଦେବା ଯୋଗ୍ୟ ବିଷୟ ଏହାକି ବୁଣିବା ଏବଂ କାଟିବା ମଧ୍ୟରେ ସମୟ ଅନ୍ତରାଳ କାରଣରୁ ଆମେ ଉଭୟଙ୍କ ମଧ୍ୟରେ ଥିବା ଦୃଢ ସମ୍ପର୍କକୁ ଭୁଲିଯାଆନ୍ତି ।
ଏହି ଶ୍ଳୋକ ଉଭୟ ସୂକ୍ଷ୍ମ ଏବଂ ସ୍ଥୂଳ ଦୁଇଟି ସ୍ତରରେ କାମ କରେ । ଆମର ବଡ଼ ସ୍ୱପ୍ନକୁ ସାକାର କରିବାକୁ ଯାଇ ଆମେ କଦାପି ଛୋଟ ବିଜୟରୁ ବଞ୍ଚିତ ହେବା ଉଚିତ ନୁହେଁ ଯାହା ଆମକୁ ଏକ ଅଭିଜ୍ଞତା ସ୍ତରରେ ସର୍ବୋଚ୍ଚ ଚେତନାକୁ ହୃଦୟଙ୍ଗମ କରିବାରେ ସାହାଯ୍ୟ କରେ ।
ଶ୍ରୀକୃଷ୍ଣ ଆହୁରି କୁହନ୍ତି, “ଏହି ମନୁଷ୍ୟଲୋକରେ କର୍ମଫଳ ଆକାଙ୍କ୍ଷା କରୁଥିବା ଲୋକେ ଦେବତାମାନଙ୍କୁ ପୂଜା କରନ୍ତି; କାରଣ ସେମାନଙ୍କୁ ପୂଜା କଲେ କର୍ମରୁ ଉତ୍ପନ୍ନ ଫଳ ଶୀଘ୍ର ମିଳିଥାଏ” (4.12) ।
ଦେବତାମାନେ ଆଉ କିଛି ନୁହେଁ ବରଂ ସେମାନେ ପରମାତ୍ମାଙ୍କର ଏକ ଝଲକ ଅଟନ୍ତି । ପରମାତ୍ମାଙ୍କୁ ପାଇବା ପାଇଁ ଆମକୁ ଅହଂକାରକୁ ସଂପୂର୍ଣ୍ଣ ତ୍ୟାଗ କରିବାକୁ ପଡିବ, କିନ୍ତୁ ଏହା ସମୟ ନିଏ । ଦେବତାମାନେ ପରମାତ୍ମାଙ୍କୁ ହୃଦୟଙ୍ଗମ କରିବାର ଯାତ୍ରାର ମଧ୍ୟ ବିନ୍ଦୁ ଅଟନ୍ତି, ଯେଉଁଠାରେ ଆମର ଅହଂକାର ଏପର୍ଯ୍ୟନ୍ତ ରହିଥାଏ ।
https://samajaepaper.in/imageview_48_132025213833992_4_83_02-03-2025_6_i_1_sf.html