Gita Acharan |Odia

 

ଆଧ୍ୟାତ୍ମିକ ପଥ ବିଷୟରେ ଏକ ସାଧାରଣ ଧାରଣା ଯେ ଏହାକୁ ଅନୁସରଣ କରିବା କଷ୍ଟକର । ଶ୍ରୀକୃଷ୍ଣ ପୂର୍ବରୁ ଏପରି ଲୋକଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଛୋଟ ପ୍ରୟାସ କର୍ମଯୋଗରେ ବହୁତ ବଡ଼ ଲାଭ ଦେଇଥାଏ (2.40) । ସେ ଏହାକୁ ଅଧିକ ସରଳ କରି କହନ୍ତି, “ଏହି ଦୁଃଖନାଶକ ଯୋଗ ତ ଯଥାଯୋଗ୍ୟ ଆହାର-ବିହାର କରୁଥିବା ଲୋକର, କର୍ମମାନଙ୍କରେ ଯଥାଯୋଗ୍ୟ ଚେଷ୍ଟା କରୁଥିବା ଲୋକର ତଥା ଯଥାଯୋଗ୍ୟ ନିଦ୍ରା ଯାଉଥିବା ଓ ଜାଗରଣ ରହୁଥିବା ଲୋକର ହିଁ ସିଦ୍ଧ ହୁଏ”(6.17) । ଯୋଗ କିମ୍ବା ଆଧ୍ୟାତ୍ମିକ ପଥ ସେତିକି ସରଳ ଯେପରି ଭୋକିଲା ବେଳେ ଖାଇବା, ସମୟରେ କାମ କରିବା, ସମୟରେ ଶୋଇବା କିମ୍ବା ଥକିଗଲେ ବିଶ୍ରାମ କରିବା । ଏହା ବ୍ୟତୀତ ଅବଶିଷ୍ଟ ହେଉଛି କାହାଣୀ ଯାହା ଆମେ ନିଜକୁ ଏବଂ ଅନ୍ୟ ମାନଙ୍କୁ କହିଥାଉ ।

ଛୋଟ ପିଲାଟିକୁ ବୃଦ୍ଧ ବ୍ୟକ୍ତିଙ୍କ ଅପେକ୍ଷା ଅଧିକ ଶୋଇବା ଆବଶ୍ୟକ ହୁଏ । ଖାଦ୍ୟ ସମ୍ବନ୍ଧୀୟ ଆମର ଆବଶ୍ୟକତା ଦିନର ଶାରୀରିକ କାର୍ଯ୍ୟକଳାପର ଆଧାର ଉପରେ ନିର୍ଭର କରି ଭିନ୍ନ ହୋଇପାରେ, ଯାହା ଦର୍ଶାଏ ଯେ ‘ଯଥା ଯୋଗ୍ୟ’ ଅର୍ଥ ହେଉଛି ବର୍ତ୍ତମାନର ମୁହୂର୍ତ୍ତ ବିଷୟରେ ସଚେତନ ହେବା । ଏହାକୁ ପୂର୍ବରେ କର୍ତ୍ତବ୍ୟକର୍ମ (6.1), କିମ୍ବା ନିୟତ କର୍ମ (3.8) ରୂପରେ ସନ୍ଦର୍ଭିତ କରାଯାଇଛି । 

ଆମର ମସ୍ତିଷ୍କ ସରଳ ତଥ୍ୟ ଚାରିପାଖରେ ଆମର କଳ୍ପନାକୁ ଯୋଡ଼ି ଜଟିଳ କାହାଣୀ ବୁଣିଥାଏ । ଏହି କାହାଣୀଗୁଡିକ ଯାହା ଆମେ ନିଜକୁ କହିଥାଉ, କାହାକୁ ନାୟକ କିମ୍ବା ଖଳନାୟକ କରି ପରିସ୍ଥିତିକୁ ସୁଖଦ କିମ୍ବା ଦୁଃଖଦାୟକ କରିଥାଏ । ଏହି କାହାଣୀଗୁଡ଼ିକ ଆମର ଶବ୍ଦ ଏବଂ ବ୍ୟବହାରକୁ ନିର୍ଦ୍ଧାରିତ କରେ । ସେଥିପାଇଁ ଶ୍ରୀକୃଷ୍ଣ କାହାଣୀଗୁଡିକ ବୁଣୁଥିବା ମନକୁ ବଶୀଭୂତ କରିବା ଉପରେ ଗୁରୁତ୍ୱ ଦିଅନ୍ତି ଏବଂ ସମସ୍ତ ଭୋଗ ପ୍ରତି ନିଃସ୍ପୃହ ହୋଇକରି ପରମାତ୍ମାଙ୍କ ସହିତ ଏକତ୍ୱ ସ୍ଥାପିତ କରିବାକୁ କୁହନ୍ତି (6.18) ।

ଶ୍ରୀକୃଷ୍ଣ ଆହୁରି ମଧ୍ୟ କହିଛନ୍ତି ଯେ “ପବନ ନଥିବା ସ୍ଥାନରେ ଦୀପର ଶିଖା ଯେପରି ଚଞ୍ଚଳ ହୁଏ ନାହିଁ, ପରମାତ୍ମାଙ୍କ ଧ୍ୟାନରେ ଲଗିଥିବା, ଯୋଗୀଙ୍କର ବଶୀଭୂତ ଚିତ୍ତକୁ ମଧ୍ୟ ସେହି ଉପମା ଦିଆଯାଏ”(6.19) । ଶ୍ରୀକୃଷ୍ଣ ଏହା ପୂର୍ବରୁ ଏକ କଇଁଛ (2.58) ଏବଂ ନଦୀ ଓ ମହାସାଗରର (2.70) ଉଦାହରଣ ଦେଇଥିଲେ, ଯେଉଁଠାରେ ନଦୀଗୁଡିକ ଥରେ ସମୁଦ୍ର ଭିତରକୁ ପ୍ରବେଶ କରିଲା ପରେ ନିଜର ଅସ୍ଥିତ୍ୱ ହଜାଇ ଦିଅନ୍ତି ଏବଂ ଅନେକ ନଦୀ ପ୍ରବେଶ କରିବା ପରେ ମଧ୍ୟ ସମୁଦ୍ର ଶାନ୍ତ ରହିଥାଏ । ସେହିଭଳି ଇଚ୍ଛା ସେମାନଙ୍କର ଅସ୍ତିତ୍ୱ ହରାଇଥାଏ ଯେତେବେଳେ ସେ ଯୋଗୀଙ୍କ ସମୁଦ୍ର ପରି ସ୍ଥିରମନରେ ପ୍ରବେଶ କରନ୍ତି ।

 

https://samajaepaper.in/imageview_78_1112025202737322_4_83_02-11-2025_6_i_1_sf.html


Contact Us

Loading
Your message has been sent. Thank you!