Gita Acharan |Odia

ଶ୍ରୀକୃଷ୍ଣ କୁହନ୍ତି ଯେ ଆମର କର୍ମ କରିବାର ଅଧିକାର ଅଛି, କିନ୍ତୁ କର୍ମର ଫଳାଫଳ ଉପରେ ଆମର କୌଣସି ଅଧିକାର ନାହିଁ (2.47) । ଯଦି ଜଣେ ପ୍ରିୟ ବ୍ୟକ୍ତି ଅସ୍ତ୍ରୋପଚାର ଆବଶ୍ୟକ କରନ୍ତି, ତେବେ ଆମେ ଜଣେ ସର୍ଜନ ଖୋଜୁ ଯିଏ ଦକ୍ଷ ଏବଂ ସଚ୍ଚୋଟ ଅଟନ୍ତି । ତାଙ୍କର ଦକ୍ଷତା ଅସ୍ତ୍ରୋପଚାରର ସଫଳତା ନିଶ୍ଚିତ କରିବ ଏବଂ ତାଙ୍କର ଅଖଣ୍ଡତା ନିଶ୍ଚିତ କରିବ ଯେ ସେ କୌଣସି ଅନାବଶ୍ୟକ ଅସ୍ତ୍ରୋପଚାର କରିବେ ନାହିଁ । ସଂକ୍ଷେପରେ, ଆମେ ଜଣେ ଏମିତି ସର୍ଜନ ଖୋଜୁଛୁ ଯିଏ କର୍ମଯୋଗୀ ଅଟନ୍ତି । ଏହି ସ୍ଥିତିରୁ ଶ୍ଳୋକକୁ ଭଲ ଭାବରେ ବୁଝିବା ପାଇଁ ଦୁଇଟି ପଥ ଆମକୁ ସାହାଯ୍ୟ କରେ । 

ଆମେ ଆଶା କରୁଛୁ ଯିଏ ଆମକୁ ସେବା ଯୋଗାନ୍ତି ସେ ସମସ୍ତ ଲୋକ କର୍ମଯୋଗୀ ହୋଇଥିବେ ଏବଂ ସେ ଆମକୁ ସର୍ବୋତ୍ତମ ଫଳାଫଳ ଦେବେ ଯାହାକୁ ଆମେ ଆଶା କରିପାରିବା । ଯଦି ଆମେ ନିଜ ପାଇଁ ସମତ୍ୱର ନୀତି ପ୍ରୟୋଗ କରୁ, ତା’ହେଲେ ଆମେ ମଧ୍ୟ ଆମର ଦୈନନ୍ଦିନ ଜୀବନରେ କର୍ମଯୋଗୀ ହେବା ଉଚିତ ଯିଏ ଅନ୍ୟ ଲୋକଙ୍କୁ ସମାନ ଭାବରେ ସାହାଯ୍ୟ କରିବ । ଏହି ଶ୍ଳୋକ କହିଛି ଯେ ଆମେ ଯାହା ବି କିଛି କରୁ ଆମର ସାମାଜିକ ତଥା ପାରିବାରିକ ପ୍ରସଙ୍ଗରେ ଆମକୁ ଆମର ସର୍ବଶ୍ରେଷ୍ଠ ଦେବା ଉଚିତ୍‌ ।

ଗୀତାର କୌଣସି ସ୍ଥାନରେ ଶ୍ରୀକୃଷ୍ଣ ଆମକୁ ଆଶ୍ୱାସନା ଦେଇଛନ୍ତି ଯେ କର୍ମଯୋଗର ଅଭ୍ୟାସରେ ଛୋଟ ପଦକ୍ଷେପ ଆମକୁ ସମତ୍ୱର ନିକଟତର କରିଥାଏ, ଯାହା ନିଜ ଭିତରେ ଏକ ଆନନ୍ଦ ଅଟେ । ଯେତେବେଳେ ଆମେ ପୁନର୍ବାର ସାକ୍ଷାତ ହେବାର ସମ୍ଭାବନା ନଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବାକୁ ସକ୍ଷମ,ସେତେବେଳେ ଆମେ କର୍ମଯୋଗୀ ବନିବା ରାସ୍ତାରେ ଦୃଢ଼ ଭାବରେ ଅଛୁ ।

ବାସ୍ତବରେ, ଯେତେବେଳେ ଆମେ କର୍ମରେ ଗଭୀର ଭାବରେ ଜଡିତ, କର୍ମଫଳକୁ ଖାତିର ନକରି, ଆମେ ଏକ ସମୟହୀନ ସ୍ଥିତି (କାଲାତୀତ୍‌)ରେ ପହଞ୍ଚୁ, ଯେଉଁଠାରେ ସମୟର କୌଣସି ଗୁରୁତ୍ୱ ନାହିଁ । ଉପରୋକ୍ତ ଉଦାହରଣରେ, ଯେତେବେଳେ ଆମେ ଅପରେସନ୍‌ ଥିଏଟର ବାହାରେ ଅପେକ୍ଷା କରୁ, ସମୟ ଧୀରେ ଧୀରେ ଗତି କରୁଥିବା ପରି ମନେହୁଏ । ଅନ୍ୟ ପଟେ, କର୍ମଯୋଗୀ ସର୍ଜନ ସମୟର ଧ୍ୟାନ ହରାନ୍ତି ଏବଂ ଏକ ପ୍ରକାରରେ ତାଙ୍କ ପାଇଁ ସମୟ ବନ୍ଦ ହୋଇଯାଏ । 

ଶ୍ରୀକୃଷ୍ଣ ଆମକୁ ଦୁଃଖର ବୃକ୍ଷକୁ ଉଚ୍ଛେଦ କରିବାକୁ କୁହନ୍ତି, ଯାହାର ମୂଳ କର୍ମର ଫଳ ପାଇଁ ଇଚ୍ଛା ବ୍ୟତୀତ ଅନ୍ୟ କିଛି ନୁହେଁ ।

https://samajaepaper.in/imageview_55_2332024202145346_4_83_24-03-2024_7_i_1_sf.html


Contact Us

Loading
Your message has been sent. Thank you!