Gita Acharan |Odia

ଶ୍ରୀକୃଷ୍ଣ ସ୍ୱର୍ଧମର (2.31-2.37) ବ୍ୟାଖ୍ୟା କରନ୍ତି ଏବଂ ସେ ଅର୍ଜୁନଙ୍କୁ କୁହନ୍ତି ଯେ ଏପରି ଅବାଞ୍ଛିତ ଯୁଦ୍ଧ
ସ୍ୱର୍ଗର ଦ୍ୱାର ଖୋଲିଥାଏ (2.32) ଏବଂ ଏଥିରୁ ପଳାୟନ କରିବା ଦ୍ୱାରା ସ୍ୱଧର୍ମ ଏବଂ ଖ୍ୟାତି ନଷ୍ଟ ହୋଇଯାଏ ଏବଂ ପାପ
ହୁଏ (2.33) । ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କୁ ଦିଆଯାଇଥିବା ଏହି ପରାମର୍ଶକୁ ସଠିକ୍‌ ପ୍ରସଙ୍ଗରେ ଦେଖିବା ଆବଶ୍ୟକ । ଶ୍ରୀକୃଷ୍ଣ
ପ୍ରକୃତରେ ସ୍ୱଧର୍ମ ସହ ସମନ୍ୱୟ ଏବଂ ସୌହାର୍ଦ୍ଦ୍ୟ ବିଷୟରେ କହୁଛନ୍ତି ।
ଶ୍ରୀକୃଷ୍ଣ ଅର୍ଜୁନଙ୍କ ଚିନ୍ତାଧାରା, ବିବୃତ୍ତି ଏବଂ କାର୍ଯ୍ୟ ମଧ୍ୟରେ ଅସଙ୍ଗତି ଦେଖନ୍ତି । ସେ ଅର୍ଜୁନଙ୍କୁ ସମନ୍ୱୟ
ଆଣିବା ଦିଗରେ ମାର୍ଗଦର୍ଶନ କରିବାକୁ ଚେଷ୍ଟା କରନ୍ତି । ଅର୍ଜୁନଙ୍କ କ୍ଷେତ୍ରରେ, ନିଜର ସ୍ୱଧର୍ମ ଅନୁଯାୟୀ ଯୁଦ୍ଧରେ ଯୁଦ୍ଧ
କରିବା ସମନ୍ୱୟ ଏବଂ ଯୁଦ୍ଧରୁ ପଳାୟନ କରିବା ଅସାମଞ୍ଜସ୍ୟ ଅଟେ ।
ବାସ୍ତବରେ, ସମନ୍ୱୟ ହେଉଛି ସୃଷ୍ଟିର ନିୟମ ଯେଉଁଠାରେ କ୍ଷୁଦ୍ରତମ ‘ଇଲେକ୍ଟ୍ରନ୍‌’, ‘ପ୍ରୋଟନ୍‌’ ଏବଂ ‘ନିଉଟ୍ରନ୍‌’
ସବୁଠୁ ବଡ଼ ଗ୍ୟାଲେକ୍ସି, ଗ୍ରହ ଏବଂ ତାରାଗୁଡ଼ିକ ସମନ୍ୱିତ ଅଟନ୍ତି । ରେଡିଓ ଏବଂ ରେଡିଓଷ୍ଟେସନ୍‌ ସୁସମ୍ପର୍କରେ ଥିବାବେଳେ
ଆମେ ଆମର ପ୍ରିୟ ସଂଗୀତକୁ ଉପଭୋଗ କରୁ । ଏତେଗୁଡାଏ ଅଙ୍ଗ ଏବଂ ରାସାୟନିକ ପଦାର୍ଥକୁ ନେଇ ଗଠିତ ମାନବ ଶରୀରର
ତୁଳନାରେ ସମନ୍ୱୟର କୌଣସି ବଡ଼ ଉଦାହରଣ ନାହିଁ, ଯାହାର ସହକ୍ରିୟାଶୀଳ କାର୍ଯ୍ୟ ଆମକୁ ତାହା ତିଆରି କରେ ଯାହା ଆମେ ଅଟୁ ।
ସାମଞ୍ଜସ୍ୟ ଜିନିଷ ଏବଂ ପରିସ୍ଥିତିକୁ ବୁଝାଏ ଯେପରି ସେ ଅଛନ୍ତି ଏବଂ ସେପରି ନୁହେଁ ଯେପରି ଆମେ ଚାହୁଁ ଯେ ସେଗୁଡିକ ଆମର
ପ୍ରସଙ୍ଗ ଏବଂ ମୂଲ୍ୟ ବ୍ୟବସ୍ଥାର ଅନୁଯାୟୀ ରହନ୍ତୁ ।
ଆମକୁ ପିଲାଦିନରୁ ଶିକ୍ଷା ଦିଆଯାଇଛି ଯେ ମୃତ୍ୟୁ ପରେ ଭଲ କର୍ମ ଆମକୁ ସ୍ୱର୍ଗକୁ ନେଇଯାଏ ଏବଂ ଖରାପ କର୍ମ ଆମକୁ
ନର୍କକୁ ନେଇଯାଏ । ଶ୍ରୀକୃଷ୍ଣ ସୂଚିତ କରନ୍ତି ଯେ ସ୍ୱର୍ଗ ଏବଂ ନର୍କ ଜୀବନ ପରର ସ୍ଥାନ ନୁହେଁ, କିନ୍ତୁ ଏଠାରେ ଏବଂ
ବର୍ତ୍ତମାନରେ ବିଦ୍ୟମାନ ଅଛି । ଜଣେ ବ୍ୟକ୍ତିଙ୍କ ଦକ୍ଷତା ଅନୁଯାୟୀ ସୁଯୋଗ ପାଇଛି କି ନାହିଁ ତାହା ଉପରେ ଏହା ନିର୍ଭର କରେ ।
ଯେତେବେଳେ ଆମେ ଅନ୍ୟମାନଙ୍କ ସ୍ୱଧର୍ମକୁ ବୁଝିବା, ପରିବାର, କର୍ମକ୍ଷେତ୍ର ଏବଂ ସମ୍ପର୍କ ମଧ୍ୟରେ ସମନ୍ୱୟ
ଆସେ ଯାହା ସ୍ୱର୍ଗ ଏବଂ ଏହାର ଅନୁପସ୍ଥିତି ନର୍କ । ଆମର ଇଚ୍ଛା ପୂରଣ ହୋଇଛି କି ନାହିଁ ତାହା ଉପରେ ନିର୍ଭର କରି ଆମେ ସୁଖ
କିମ୍ବା ଦୁଃଖ ଅନୁଭବ କରୁ । ଯେତେବେଳେ ସ୍ୱର୍ଧମ ସହିତ ଆଭ୍ୟନ୍ତରୀଣ ସମନ୍ୱୟ ପ୍ରାପ୍ତ ହୁଏ, ଏହା ବାହ୍ୟ ଜଗତକୁ ଖାତିର
ନକରି ସ୍ୱର୍ଗ ସଦୃଶ ହୋଇଯାଏ ।


Contact Us

Loading
Your message has been sent. Thank you!