Gita Acharan |Odia

ଶ୍ରୀକୃଷ୍ଣ ସ୍ୱର୍ଧମ (2.31-2.37) ବିଷୟରେ କୁହନ୍ତି ଏବଂ ଅର୍ଜୁନଙ୍କୁ ପରାମର୍ଶ ଦିଅନ୍ତି ଯେ କ୍ଷତ୍ରିୟ ଭାବରେ ସେ
ଯୁଦ୍ଧ କରିବାକୁ ଦ୍ୱିଧା କରିବା ଉଚିତ୍‌ ନୁହେଁ (2.31) କାରଣ, ଏହା ତାଙ୍କର ସ୍ୱଧର୍ମ ଅଟେ ।
ଶ୍ରୀକୃଷ୍ଣ ଗୀତା ଶୁଭାରମ୍ଭ ସେହିଠାରୁ କରନ୍ତି ଯାହା ଶାଶ୍ୱତ, ଅବ୍ୟକ୍ତ ଏବଂ ସମସ୍ତଙ୍କଠାରେ ବ୍ୟାପିଥାଏ । ସହଜରେ
ବୁଝିବା ପାଇଁ ଏହାକୁ ଆତ୍ମା କୁହାଯାଏ । ତା’ପରେ ସେ ସ୍ୱଧର୍ମ ବିଷୟରେ କୁହନ୍ତି ଏବଂ ପରେ ସେ କର୍ମ ବିଷୟରେ କୁହନ୍ତି ।
ଆଭ୍ୟନ୍ତରୀଣ ହୃଦୟଙ୍ଗମ ଯାତ୍ରାକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ । ପ୍ରଥମ ପର୍ଯ୍ୟାୟ ହେଉଛି ଆମର
ବର୍ତ୍ତମାନର ସ୍ଥିତି, ଦ୍ୱିତୀୟଟି ହେଉଛି ସ୍ୱଧର୍ମର ହୃଦୟଙ୍ଗମ ଏବଂ ଶେଷରେ ଅନ୍ତରାତ୍ମା ନିକଟରେ ପହଞ୍ଚିବା । ବାସ୍ତବରେ,
ଆମର ବର୍ତ୍ତମାନର ଅବସ୍ଥା ହେଉଛି ଆମର ସ୍ୱଧର୍ମ, ଅଭିଜ୍ଞତା, ଜ୍ଞାନ, ସ୍ମୃତି ଏବଂ ଧାରଣାର ଏକ ମିଶ୍ରଣ ଯାହା ଆମ ଅସ୍ଥିର
ମନ ଦ୍ୱାରା ଏକତ୍ରିତ । ଯେତେବେଳେ ଆମେ ମାନସିକ ଭାରରୁ ନିଜକୁ ମୁକ୍ତ କରୁ, ତା’ପରେ ସ୍ୱଧର୍ମ ଧିରେ ଧିରେ ସ୍ପଷ୍ଟ
ହୋଇଯାଏ ।
କ୍ଷତ୍ରିୟ ହେଉଛି “କ୍ଷତ’ ଏବଂ “ତ୍ରୟ’ର ମିଶ୍ରଣ, କ୍ଷତ ଅର୍ଥ ଆଘାତ ଏବଂ ତ୍ରୟ ଅର୍ଥ ସୁରକ୍ଷା ଦେବା । କ୍ଷତ୍ରିୟ
ହେଉଛନ୍ତି ଜଣେ ଯିଏ ଆଘାତରୁ ସୁରକ୍ଷା ଦିଅନ୍ତି ।
ଏହାର ସର୍ବୋତ୍ତମ ଉଦାହରଣ ହେଉଛି ଜଣେ ମାତା ଯିଏ ଗର୍ଭରେ ଥିବା ଶିଶୁକୁ ସୁରକ୍ଷା ଦେଇଥାଏ ଏବଂ ଶିଶୁମାନେ ନିଜେ
ଠିଆ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ସୁରକ୍ଷା ଦେଇଥାଏ । ତେଣୁ ସେ ହେଉଛନ୍ତି ପ୍ରଥମ କ୍ଷତ୍ରିୟ ଯାହାକୁ ଆମେ ଆମ ଜୀବନରେ
ଭେଟିଥାଉ । ସେ ତାଲିମପ୍ରାପ୍ତ ନ ହୋଇପାରନ୍ତି ଏବଂ ଶିଶୁ ଯତ୍ନର ଅଭିଜ୍ଞତା ନ ଥାଇପାରେ କିନ୍ତୁ ଏହା ସ୍ୱାଭାବିକ ଭାବରେ
ତାଙ୍କ ପାଖକୁ ଆସିଥାଏ । ଏହି ପ୍ରକୃତି ସ୍ୱଧର୍ମର ଝଲକ ଅଟେ ।
ଥରେ ଗୋଲାପ ଫୁଲ ଏକ ସୁନ୍ଦର ପଦ୍ମ ଫୁଲ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ଏବଂ ପଦ୍ମ ହେବାର ଇଚ୍ଛା ଅନୁସରଣ କରିବାକୁ
ଲାଗିଲା । କିନ୍ତୁ ଏହା ପଦ୍ମ ହେବା ପାଇଁ କୌଣସି ଉପାୟ ନାହିଁ । ଯେପରି ଗୋଲାପ ଏହାର କ୍ଷମତାଠାରୁ ଭିନ୍ନ ହେବାକୁ ଚାହୁଁଛି,
ସେହିପରି ପ୍ରବୃତ୍ତି ଆମ ଭିତରେ ଅଛି, ଯେଉଁ କାରଣରୁ ଆମେ ଅର୍ଜୁନଙ୍କ ବିଷାଦ ପରି ଦୁଃଖ ପାଇଥାଉ । ଗୋଲାପ ଏହାର ରଙ୍ଗ,
ଆକୃତି ଏବଂ ଆକାର ବଦଳାଇପାରେ, ତଥାପି ଗୋଲାପ ରହିବ ଯାହାକି ଏହାର ସ୍ୱଧର୍ମ ଅଟେ।


Contact Us

Loading
Your message has been sent. Thank you!