Gita Acharan |Odia

ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କୁହନ୍ତି ଯେ ଆତ୍ମା ଅବ୍ୟକ୍ତ, ଅକଳ୍ପନୀୟ, ବିଶୃଙ୍ଖଳାମୁକ୍ତ ଅଟେ । ଏହା ବୁଝିଗଲେ ଭୌତିକ
ଶରୀର ପାଇଁ ଦୁଃଖ କରିବାର କୌଣସି ଆବଶ୍ୟକତା ନାହିଁ (2.25) । ଶ୍ରୀକୃଷ୍ଣ ଏହା ମଧ୍ୟ କହିଛନ୍ତି ଯେ ସମସ୍ତ ପ୍ରାଣୀ ଜନ୍ମ
ପୂର୍ବରୁ ଅବ୍ୟକ୍ତ ଥିଲେ, ପ୍ରାଣୀମାନେ ସେମାନଙ୍କର ଜନ୍ମ ଏବଂ ମୃତ୍ୟୁ ମଧ୍ୟରେ ଦେଖାଯାଆନ୍ତି ଏବଂ ମୃତ୍ୟୁ ପରେ ପୁଣି ଥରେ
ଅବ୍ୟକ୍ତ ହୋଇଯାଆନ୍ତି (2.28) ।
ଏହାକୁ ବ୍ୟାଖ୍ୟା କରିବାକୁ, ଅନେକ ସଂସ୍କୃତି ସମୁଦ୍ର ଏବଂ ତରଙ୍ଗର ଉଦାହରଣ ଦେଇଥାଏ । ସମୁଦ୍ର ଅବ୍ୟକ୍ତର
ପ୍ରତିନିଧିତ୍ୱ କରେ ଏବଂ ତରଙ୍ଗ ବ୍ୟକ୍ତର ପ୍ରତିନିଧିତ୍ୱ କରେ । ସମୁଦ୍ରରେ ତରଙ୍ଗ କିଛି ସମୟ ପାଇଁ ଉତ୍ପନ୍ନ ହୁଏ ଏବଂ
ସେଗୁଡ଼ିକ ବିଭିନ୍ନ ଆକୃତି, ଆକାର, ତୀବ୍ରତା ଇତ୍ୟାଦିରେ ଦେଖାଯାଏ ।ଶେଷରେ ତରଙ୍ଗ ସେହି ସମୁଦ୍ରରେ ମିଶିଯାଏ ଯେଉଁଠାରୁ
ସେମାନେ ଉଠିଲେ । ଆମର ଇନ୍ଦ୍ରିୟଗୁଡିକ କେବଳ ବ୍ୟକ୍ତ ଅର୍ଥାତ୍‌ ତରଙ୍ଗକୁ ଅନୁଭବ କରିବାର କ୍ଷମତା ରଖିଛି ।
ସେହିଭଳି, ଏକ ମଞ୍ଜି ଗଛ ହେବାର କ୍ଷମତା ରଖିଥାଏ । ଗଛଟି ମଞ୍ଜିରେଅବ୍ୟକ୍ତ ଭାବରେ ରହିଥାଏ । ଏହା ପ୍ରକଟ ହୁଏ ଏବଂ
ଗଛ ଆକାରରେ ବଢିବାକୁ ଲାଗେ । ଅନେକ ମଞ୍ଜି ଉତ୍ପାଦନ କରିବା ପରେ ଏହା ଶେଷରେ ବିନଷ୍ଟ ହୁଏ ।
ବ୍ୟକ୍ତ ସେହି ଅଟେ ଯାହାକୁ ଇନ୍ଦ୍ରିୟଗୁଡିକ ସେମାନଙ୍କର ସୀମିତ ସାମର୍ଥ୍ୟ ସହିତ ଅନୁଭବ କରିପାରନ୍ତି । ଆମର
ଇନ୍ଦ୍ରିୟଗୁଡିକର ସାମର୍ଥ୍ୟ ବଢାଇବା ପାଇଁ ଆଧୁନିକ ଯୁଗରେ ବୌଜ୍ଞାନିକ ଉପକରଣଗୁଡ଼ିକ ମଧ୍ୟ ଉପଲବ୍ଧ । ମାଇକ୍ରୋସ୍କୋପ୍‌ /
ବାଇନୋକୁଲାର୍‌ ଆଖିର ଦେଖିବାର କ୍ଷମତା ବଢ଼ାଇବା ପାଇଁ ଉଦ୍ଧିଷ୍ଟ । ଏକ୍ସ-ରେ ମେସିନ୍‌ ଆଖିକୁ ଆଲୋକର ବିଭିନ୍ନ ଆବୃତ୍ତିରେ
ବସ୍ତୁଗୁଡ଼ିକୁ ଦେଖିବା ପାଇଁ ସକ୍ଷମ କରିଥାଏ ।
କିନ୍ତୁ, ଶ୍ରୀକୃଷ୍ଣ କୁହନ୍ତି ଯେ ଏହା (ଅବ୍ୟକ୍ତ) ଅକଳ୍ପନୀୟ, ଯାହାର ଅର୍ଥ ହେଉଛି ବୈଜ୍ଞାନିକ ଯନ୍ତ୍ରର ସାହାଯ୍ୟରେ
ମଧ୍ୟ ଆମର ଇନ୍ଦ୍ରିୟମାନେ ଏହାକୁ ବୁଝିବାରେ ସାହାଯ୍ୟ କରିବେ ନାହିଁ । ମନ ଅବ୍ୟକ୍ତ କଳ୍ପନା କରିବାରେ ଅସମର୍ଥ, କାରଣ ମନ
ମଧ୍ୟ ଇନ୍ଦ୍ରିୟଗୁଡିକର ଏକ ମିଶ୍ରଣ ।
ଆମ ପରି ଅର୍ଜୁନ ମଧ୍ୟ ନିଜକୁ ମାନବ ଶରୀର ସହିତ ପରିଚିତ କରିଥିଲେ, କାରଣ ତାଙ୍କର ଆଉ ହୃଦୟଙ୍ଗମ କିମ୍ବା
ଅଭିଜ୍ଞତା ନଥିଲା । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଅବ୍ୟକ୍ତ ବିଷୟରେ କହି ତାଙ୍କ ଚିନ୍ତାଧାରାରେ ଏକ ଆଦର୍ଶ ପରିବର୍ତ୍ତନ ଆଣିବାକୁ
ଚେଷ୍ଟା କରନ୍ତି । ଅର୍ଜୁନଙ୍କ ପରି ଜଣେ ପଣ୍ଡିତ ଏହାକୁ ବୁଝିବା ପାଇଁ ନିଜେ ଭଗବାନଙ୍କୁ ଆବଶ୍ୟକ କରନ୍ତି, ତେଣୁ ଆମେ ଏହାର
ବ୍ୟତିକ୍ରମ ନୁହଁନ୍ତି ।


Contact Us

Loading
Your message has been sent. Thank you!