Gita Acharan |Odia

ଶ୍ରୀକୃଷ୍ଣ କହିଛନ୍ତି ଯେ କୌଣସିକର୍ମର କେହି କର୍ତ୍ତା ନଥାନ୍ତି । କର୍ମ ପ୍ରକୃତରେ ସତ୍ୱ, ରଜୋ ଏବଂ ତମୋ ଗୁଣ,
ଯାହା ପ୍ରକୃତିର ଅଂଶ, ମଧ୍ୟରେ ପାରସ୍ପରିକ ପ୍ରକ୍ରିୟାର ଫଳାଫଳ ।
ଦୁଃଖରୁ ମୁକ୍ତି ପାଇବା ପାଇଁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏହି ଗୁଣଗୁଡିକୁ ଅତିକ୍ରମ କରିବାକୁ ପରାମର୍ଶ ଦେଇଛନ୍ତି । ଅର୍ଜୁନ
ଜାଣିବାକୁ ଚାହାଁନ୍ତି ଯେ ଗୁଣାତୀତ କେମିତି ଅଟେ । ଯେତେବେଳେ ବ୍ୟକ୍ତି ଏହି ଅବସ୍ଥାକୁ ପ୍ରାପ୍ତ କରେ ସେ କେମିତି ବ୍ୟବହାର କରେ ।
ଆମେ ଗୀତାର ମୂଳଦୁଆ ବିଷୟରେ ଆଲୋଚନା କରିସାରିଛୁ, ଯେପରିକି ଦ୍ୱନ୍ଦ୍ୱାତୀତ, ଦ୍ରଷ୍ଟା ଏବଂ ସମତ୍ୱ । ଶ୍ରୀକୃଷ୍ଣ
ସୂଚାଇ ଦେଇଛନ୍ତି ଯେ ଏହି ତିନୋଟିର ମିଶ୍ରଣ ହି ଗୁଣାତୀତ ଅଟେ ।
ଶ୍ରୀକୃଷ୍ଣଙ୍କ ଅନୁଯାୟୀ, ଜଣେ ବ୍ୟକ୍ତି ଯିଏ ଗୁଣାତୀତର ସ୍ଥିତି ହାସଲ କରିଛନ୍ତି ସେ ହୃଦୟଙ୍ଗମ କରନ୍ତି ଯେ ଗୁଣଗୁଡ଼ିକ
ପାରସ୍ପରିକ ପ୍ରକ୍ରିୟା କରନ୍ତି ଏବଂ ସେଥିପାଇଁ ସେ ଜଣେ ସାକ୍ଷୀ ଅଟନ୍ତି । ସେ କୌଣସି ନିର୍ଦ୍ଧିଷ୍ଟ ଗୁଣ ପାଇଁ ଇଚ୍ଛା କରନ୍ତି ନାହିଁ
କିମ୍ବା ସେ କୌଣସି ଅନ୍ୟ ଗୁଣର ବିରୋଧରେ ନୁହଁନ୍ତି ।
ଗୁଣାତୀତ ଏକା ସାଙ୍ଗରେ ଦ୍ୱନ୍ଦାତୀତ ଅଟେ । ସୁଖ ଏବଂ ଦୁଃଖର ସତ୍ୟକୁ ବୁଝି ସେ ଉଭୟଙ୍କ ପ୍ରତି ନିରପେକ୍ଷ ରୁହନ୍ତି ।
ସେ ପ୍ରଶଂସା ଏବଂ ସମାଲୋଚନା ପ୍ରତି ନିରପେକ୍ଷ କାରଣ ସେ ଜାଣନ୍ତି ଯେ ଏହା ତିନୋଟି ଗୁଣର ଉତ୍ପାଦ । ସେହିଭଳି, ସେ ନିଜକୁ
ନିଜର ମିତ୍ର ଏବଂ ନିଜକୁ ନିଜର ଶତ୍ରୁ ବୋଲି ହୃଦୟଙ୍ଗମ କରି ମିତ୍ର ଏବଂ ଶତ୍ରୁମାନଙ୍କ ପ୍ରତି ନିରପେକ୍ଷ ରୁହନ୍ତି ।
ଭୌତିକ ଜଗତ ଧୃବୀୟ ଏବଂ ଏହା ଦୁଇଟି ଚରମ ମଧ୍ୟରେ ଝୁଲୁଥାଏ । ଏହା ମଧ୍ୟ ସତ୍ୟ ଯେ ଏକ ପେଣ୍ଡୁଲମ୍‌ ଦୋଳନ ପାଇଁ
ଏକ ସ୍ଥିର ବିନ୍ଦୁ ଆବଶ୍ୟକ କରେ । ଭଗବାନ ଶ୍ରୀକୃଷ୍ଣ ସେହି ସ୍ଥିର ବିନ୍ଦୁରେ ପହଞ୍ଚିବାକୁ ସୂଚାଉଛନ୍ତି, ଯେଉଁଠାରୁ ସେ ଦୋଳନର
(ଅର୍ଥାତ୍‌ ଦ୍ୱନ୍ଦ୍ୱର) ଅଂଶ ନ ହୋଇ କେବଳ ଦ୍ରଷ୍ଟା ଭାବରେ ରୁହନ୍ତି ।
ସୁନା, ପଥର ଏବଂ ମାଟିକୁ ଗୁଣାତୀତ୍‌ ସମାନ ଗୁରୁତ୍ୱ ଦେଇଥାଏ । ଏହାର ଅର୍ଥ ହେଉଛି ଯେ ସେ ଗୋଟିଏକୁ ଅନ୍ୟଠାରୁ କମ୍‌
ବୋଲି ଭାବନ୍ତି ନାହିଁ । ସେ ଜିନିଷଗୁଡ଼ିକୁ ସେପରି ଗୁରୁତ୍ୱ ଦିଅନ୍ତି ଯେମିତି ସେଗୁଡ଼ିକ ଅଛନ୍ତି ଏବଂ ଅନ୍ୟମାନଙ୍କର ମୂଲ୍ୟାଙ୍କନ
ଅନୁଯାୟୀ ନୁହେଁ ।
ଶ୍ରୀକୃଷ୍ଣ ଆହୁରି ମଧ୍ୟ କହିଛନ୍ତି ଯେ ଗୁଣାତୀତ ସେ ଅଟେ ଯେଉଁ ବ୍ୟକ୍ତି କର୍ତ୍ତାର ଭାବନାକୁ ତ୍ୟାଗ କରନ୍ତି । ଏହା
ସେତେବେଳେ ହୁଏ, ଯେତେବେଳେ ଆମେ ଆମର ଅନୁଭୂତି ମାଧ୍ୟମରେ ହୃଦୟଙ୍ଗମ କରିଥାଉ ଯେ ଯାହା କିଛି ଘଟେ ତାହା ନିଜେ ଘଟେ
ଏବଂ ଏଥିରେ କର୍ତ୍ତାର କୌଣସି ଯୋଗଦାନ ନ ଥାଏ ।


Contact Us

Loading
Your message has been sent. Thank you!