Gita Acharan |Odia

ରାଡାର୍‌ ସହିତ ସଂଲଗ୍ନ ହୋଇଥିବା ଏକ ଛୋଟ ଉପକରଣ, “ଟ୍ରିମଟାବ’ରେ ସାମାନ୍ୟ ପରିବର୍ତ୍ତନ, ଏକ ବୃହତ ଜାହାଜର
ଦିଗ ପରିବର୍ତ୍ତନ କରେ । ସେହିଭଳି, ଗୀତାର ଅଧ୍ୟୟନ ପାଇଁ ସାମାନ୍ୟ ପ୍ରୟାସ ଆମ ଜୀବନରେ ଏକ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ
ଆଣିପାରେ । ମହାମାରୀ କାରଣରୁ ଉପଲବ୍ଧ ସମୟ ଗୀତାର ଅଧ୍ୟୟନ କରିବା ପାଇଁ ବ୍ୟବହୃତ ହୋଇପାରେ ଯାହା ଦ୍ୱାରା ଜୀବନରେ
ଏକ ବଡ଼ ପରିବର୍ତ୍ତନ ଆସିବ ।
କିଂଡ଼ରଗାର୍ଟନ ଠାରୁ ଆରମ୍ଭ କରି ସ୍ନାତକୋତ୍ତର ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ହୃଦୟଙ୍ଗମ ପାଇଁ ଗୀତା ଏକ ଶାଶ୍ୱତ
ପାଠ୍ୟ ପୁସ୍ତକ ଏବଂ ସମ୍ଭବତ ଏହାର ବହୁତ କମ୍‌ ଧାରଣା ପ୍ରଥମ ଥର ପଢ଼ିବାରେବୁଝାପଡେ । ଯଦି ଆମେ ଅବ୍ୟକ୍ତ ଏବଂ ବ୍ୟକ୍ତ
ଦୃଷ୍ଟିକୋଣରୁ ଦେଖିବା, ତେବେ ସେଗୁଡିକ ସହଜରେ ବୁଝିହେବ । ଅବ୍ୟକ୍ତ ହେଉଛି ଯାହା ଆମର ଇନ୍ଦ୍ରିୟ ବାହାରେ ଏବଂ ବ୍ୟକ୍ତ
ହେଉଛି ଯାହା ଇନ୍ଦ୍ରିୟଗୁଡ଼ିକର ପରିସର ମଧ୍ୟରେ ।
ବ୍ୟକ୍ତର କାହାଣୀ ବିଗ୍‌ବେଙ୍ଗ ଠାରୁ ଆରମ୍ଭ କରି ତାରା ଗଠନ, ଏହି ତାରାଗୁଡ଼ିକର ମୂଳରେ ଉଚ୍ଚ ରାସାୟନିକ ଉପାଦାନର
ପରମାଣୁର ମିଶ୍ରଣ, ତାରାଗୁଡ଼ିକର ବିସ୍ଫୋରଣରେ ଏହି ଉପାଦାନଗୁଡ଼ିକର ବିସ୍ତାର, ଗ୍ରହ ପ୍ରଣାଳୀ ଗଠନ ଏବଂ ବୁଦ୍ଧିମାନ ଜୀବନ
ପର୍ଯ୍ୟନ୍ତ । ବୈଜ୍ଞାନିକ ସମ୍ପ୍ରଦାୟ ଦ୍ୱାରା ଏହା ଏକ ଗ୍ରହଣୀୟ ତଥ୍ୟ ଯେ ଏହି ବ୍ୟକ୍ତ ଜୀବନ ରୂପ, ଗ୍ରହ, ତାରା ଏବଂ ଏପରିକି
ବ୍ରହ୍ମାଣ୍ଡର ଏକ ନିର୍ଦ୍ଧିଷ୍ଟ ସମୟ ସୀମା ଅଛି । ତଥାପି ଏହି ସମୟ ସୀମାର ମାପ ଭିନ୍ନ ହୋଇପାରେ ।
ଆମର ବୁଝାମଣା ଯେ ଆମେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଦ୍ୟମାନ, ଯାହା ବ୍ୟକ୍ତ ଦୃଷ୍ଟିକୋଣରୁ ସଠିକ୍‌ । ଗୀତା ଅନୁଯାୟୀ,
ଅବ୍ୟକ୍ତ ଦୃଷ୍ଟିକୋଣରୁ ଆମେ ଜନ୍ମ ପୂର୍ବରୁ ଉପସ୍ଥିତ ଥିଲୁ ଏବଂ ମୃତ୍ୟୁ ପରେ ବିଦ୍ୟମାନ ରହିବୁ । ଏହି ହୃଦୟଙ୍ଗମ ସହିତ, ଆମେ
ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ସହଜରେ ବୁଝିପାରିବା ଏବଂ ଏହି ବୁଝାମଣା ଆମକୁ ଅବ୍ୟକ୍ତକୁ ହୃଦୟଙ୍ଗମ କରିବାର ଲକ୍ଷ୍ୟ
ହାସଲ କରିବାରେ ସାହାଯ୍ୟ କରିପାରିବ ଯାହା ମୋକ୍ଷ ନାମରେ ଜଣାଶୁଣା ।
ଏହି ଲକ୍ଷ୍ୟ ହାସଲ କରିବାରେ ଅହଂକାର ପ୍ରତିବନ୍ଧକ ଅଟେ । ବାହ୍ୟ ସୁଖ କିମ୍ବା ଦୁଃଖକୁ ଖାତିର ନକରି ଆମେ ଯେତିକି
ମାତ୍ରାରେ ଆନନ୍ଦରେ ପରିପୂର୍ଣ୍ଣ ହେଉ ତାହା ଅବ୍ୟକ୍ତ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଯାତ୍ରା କରୁଥିବା ଦୂରତାର ସୂଚକ ।


Contact Us

Loading
Your message has been sent. Thank you!