Gita Acharan |Odia

ଅନେକ କାରଣରୁ ମସ୍ତିଷ୍କ ଏକ ଆଶ୍ଚର୍ଯ୍ୟଜନକ ଅଙ୍ଗ ଅଟେ । ଏହାର ଗୋଟିଏ ବୈଶିଷ୍ଟ୍ୟ ହେଉଛି ଏହା ଯନ୍ତ୍ରଣା ଅନୁଭବ କରେ ନାହିଁ କାରଣ ଏହାର ଟିସୁରେ ନୋସିସେପ୍ଟର ନାହିଁ ଯାହା ଯନ୍ତ୍ରଣାକୁ ସଂକ୍ରମଣ କରେ । ନ୍ୟୁରୋସର୍ଜନମାନେ ରୋଗୀ ଜାଗ୍ରତ ଥିବାବେଳେଅସ୍ତ୍ରୋପ୍ରଚାର ପାଇଁ ଏହି ବିଶେଷତାର ଉପଯୋଗ କରନ୍ତି।

ଶାରୀରିକ ଯନ୍ତ୍ରଣା ଏବଂ ସୁଖ ମସ୍ତିଷ୍କର ନିରପେକ୍ଷ ଅବସ୍ଥା ସହିତ ତୁଳନା କରିବାର ଫଳାଫଳ । ଏହି ଅନୁରୂପ ନିରପେକ୍ଷ ଅବସ୍ଥା ମାନସିକ ସ୍ତରରେ ମଧ୍ୟ ହୁଏ ଯାହାର ସହିତ ତୁଳନା ହେତୁ ମାନସିକ ଯନ୍ତ୍ରଣା ଏବଂ ସୁଖର ଅନୁଭବ ହୁଏ । ଏହି ପୃଷ୍ଠଭୂମି ଆମକୁ ବୁଝିବାରେ ସାହାଯ୍ୟ କରିବ, ଯାହା ଶ୍ରୀକୃଷ୍ଣ କହୁଛନ୍ତି “ଯେତେବେଳେ ଯୋଗ ଅଭ୍ୟାସ ଦ୍ୱାରା ସଂଯମିତ ମନ ସ୍ଥିର ହୁଏ ଏବଂ ଯେଉଁଥିରେ ସେ ନିଜକୁ ନିଜ ଭିତରେ ଦେଖେ ତେବେ ସେ ଆତ୍ମ-ସନ୍ତୁଷ୍ଟ ହୁଏ” (6.20) ।

ମୂଳ କଥା ହେଉଛି ସ୍ଥିର ହେବା । ଏହା ସର୍ବଦା ହଲଚଲ କରୁଥିବା କିମ୍ବା ଅସ୍ଥିର ମନକୁ ସ୍ଥିର କରିବା । ଏହାକୁ ହାସଲ କରିବା ପାଇଁ ଶ୍ରୀକୃଷ୍ଣ ସଂଯମତାର ସୁପାରିସ କରନ୍ତି । ସଂଯମତାର ଅର୍ଥ ଭାବନାକୁ ଦମନ କରିବା କିମ୍ବା ସେମାନଙ୍କର ଅଭିବ୍ୟକ୍ତି ନୁହେଁ । ଏହା ସେମାନଙ୍କୁ ସଚେତନତା ମାଧ୍ୟମରେ ସାକ୍ଷୀ ଭାବରେ ଦେଖିବା ଯାହା ଅତୀତରେ ଘଟିଥିବା ପରିସ୍ଥିତିକୁ ବିଶ୍ଳେଷଣ କରି ଆମେ ସହଜରେ ପାଇପାରିବା । ଶେଷରେ, ଏହା ନିଜକୁ ସବୁ ସ୍ଥାନରେ ନିଜ ରୂପରେ ଦେଖିବା ।

ଥରେ ଯଦି ଆମେ ଏହି ସଂଯମତାର କଳାରେ ନିପୂଣ ହୋଇଯିବା, ତେବେ ଆମେ ସେହି ନିରପେକ୍ଷ ବିନ୍ଦୁ କିମ୍ବା ସର୍ବୋଚ୍ଚ ଆନନ୍ଦ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସୁଖ ଏବଂ ଦୁଃଖ ଧୃବୀୟତାକୁ ଅତିକ୍ରମ କରିଯାଉ । ଏହି ସମ୍ବନ୍ଧରେ ଶ୍ରୀକୃଷ୍ଣ କୁହନ୍ତି, “କେବଳ ବିଶୁଦ୍ଧ ଓ ସୂକ୍ଷ୍ମ ବୁଦ୍ଧିଦ୍ୱାରା ଗ୍ରହଣଯୋଗ୍ୟ ଯେଉଁ ଇନ୍ଦ୍ରିୟାତୀତ ଶାଶ୍ୱତ ଆନନ୍ଦ ରହିଛି, ଯୋଗୀ ତାହାକୁ ଯେଉଁ ଅବସ୍ଥାରେ ଅନୁଭବ କରନ୍ତି ଓ ଯେଉଁ ଅବସ୍ଥାରେ ଅବସ୍ଥିତ ହୋଇ ଏହି ଯୋଗୀ ପରମାତ୍ମାଙ୍କ ସ୍ୱରୂପରୁ କଦାପି ବିଚଳିତ ହୁଅନ୍ତି ନାହିଁ’’ (6.21) । 

ଏହି ସର୍ବୋଚ୍ଚ ସୁଖ ଇନ୍ଦ୍ରିୟମାନଙ୍କ ବାହାରେ । ସେହି ଅବସ୍ଥାରେ, ଅନ୍ୟମାନଙ୍କର ପ୍ରଶଂସା କିମ୍ବା ସ୍ୱାଦିଷ୍ଟ ଖାଦ୍ୟ ଇତ୍ୟାଦିର ଆବଶ୍ୟକତା ନଥାଏ । ସଂଯୋଗରୁ ଆମେ ସମସ୍ତେ ଏହି ଆନନ୍ଦର ଅନୁଭବ ନିଷ୍କାମ କର୍ମ ମୁହୂର୍ତ୍ତରେ କିମ୍ବା ଧ୍ୟାନର କ୍ଷଣରେ କରୁ । ଏହା ସେମାନଙ୍କୁ ଚିହ୍ନିବା ଏବଂ ପ୍ରତିଫଳିତ କରିବା ବିଷୟରେ ।

https://samajaepaper.in/imageview_70_8112025211425297_4_83_09-11-2025_6_i_1_sf.html

 


Contact Us

Loading
Your message has been sent. Thank you!