Gita Acharan |Odia

ଅନାସକ୍ତି ଏବଂ ବୀତରାଗ ଭଳି କିଛି ଶବ୍ଦ ହେଉଛି ଯାହାକି ଗୀତାର ମୂଳ ଉପଦେଶ ଅଟେ । ଆସକ୍ତି ଏବଂ ବିରକ୍ତି ଦୁଇଟି ଧୃବ ହୋଇଥିବା ବେଳେ ଅନାସକ୍ତିର ଅର୍ଥ ହେଉଛି ଏହି ଧୃବଗୁଡିକ ଅତିକ୍ରମ କରିବା । ସେହିପରି, ବୀତରାଗ, ରାଗ କିମ୍ବା ବିରାଗ (ଘୃଣା) ନୁହେଁ କିନ୍ତୁ ଉଭୟ ବାହାରେ । ଏହି ଧ୍ରୁବଗୁଡିକ ଅହଂକାର ଛଡା ଆଉ କିଛି ନୁହେଁ ଏବଂ ଏହି ଅହଂକାରକୁ ଛାଡି ଦେଲେ ବ୍ୟକ୍ତି ସମସ୍ତ ଦ୍ୱନ୍ଦ୍ୱଗୁଡିକୁ ଅତିକ୍ରମ କରେ । ଏହି ଅବସ୍ଥା ମୁକ୍ତି ଛଡା ଆଉ କିଛି ନୁହେଁ ।

ଏହି ପ୍ରସଙ୍ଗରେ, ଶ୍ରୀକୃଷ୍ଣ କୁହନ୍ତି “ଯାହାଙ୍କ ଆସକ୍ତି ସର୍ବଥା ନଷ୍ଟ ହୋଇଯାଇଛି, ଯେ ଦେହାଭିମାନ ଓ ମମତାରହିତ ହୋଇଯାଇଛନ୍ତି, ଯାହାଙ୍କ ଚିତ୍ତ ନିରନ୍ତର ପରମାତ୍ମାଙ୍କ ଜ୍ଞାନରେ ଅବସ୍ଥିତ ହୋଇ ରହିଛି, କେବଳ ଯଜ୍ଞ ସମ୍ପାଦନ ନିମିତ୍ତ କର୍ମ କରୁଥିବା ସେହି ମନୁଷ୍ୟଙ୍କର ସକଳ କର୍ମ ଭଲ ଭାବରେ ବିଲୀନ ହୋଇଯାଏ” (4.23) । “ମୁଁ’, ଆମର ଧନ; ବନ୍ଧୁ ଏବଂ ଶତ୍ରୁ; ପସନ୍ଦ ଏବଂ ନାପସନ୍ଦ; ଏବଂ ବିଚାର ଏବଂ ଭାବନା ସହିତ ଚିହ୍ନଟ କରିବା ଅଟେ । ସେମାନଙ୍କୁ ଛାଡିବା ଏକ ଅସ୍ଥାୟୀ ଶୂନ୍ୟତା ସୃଷ୍ଟି କରେ ଯାହା ଯନ୍ତ୍ରଣା, ଭୟ, କ୍ରୋଧ ଏବଂ ବିରକ୍ତି ସୃଷ୍ଟି କରେ । ତେଣୁ ‘ମୁଁ’ ଛାଡିବା ଏକ ସହଜ କାର୍ଯ୍ୟ ନୁହେଁ । କୌତୁହଳର ବିଷୟ ହେଉଛି ଏହା କେବଳ ମାଲିକାନା ପରିଚୟ ଏବଂ କର୍ତ୍ତାପଣର ଭାବନାକୁ ତ୍ୟାଗ କରିବା ବିଷୟରେ ନା କି ସମ୍ପର୍କ, ଜିନିଷ କିମ୍ବା ଲୋକଙ୍କୁ । ଯେତେବେଳେ ଆମେ ଏହି ସୂକ୍ଷ୍ମ ପାର୍ଥକ୍ୟ ଜାଣିବା ସେତେବେଳେ ପରିତ୍ରାଣ ଆସେ । 

ଜଣେ ବ୍ୟକ୍ତି, ଯିଏ “ମୁଁ’ ତ୍ୟାଗ କରିଛି, ତାହାର ସମସ୍ତ କର୍ମ ନିଃସ୍ୱାର୍ଥପର ଯଜ୍ଞ ଅତିରିକ୍ତ ଆଉ କିଛି ନୁହେଁ । ଯଜ୍ଞର ଆକ୍ଷରିକ ଅର୍ଥ ହେଉଛି ଅଗ୍ନି ରୀତିନୀତି ଯେଉଁଠାରେ ଅଗ୍ନିକୁ ଆହୁତି ଦିଆଯାଏ । ଏଠାରେ ଏହା ବଳିଦାନର ରୂପାୟନ ଭାବରେ ବ୍ୟବହୃତ ହୁଏ ଯେଉଁଠାରେ କେହି ତ୍ୟାଗ କରନ୍ତି ଏବଂ କେହି ଗ୍ରହଣ କରନ୍ତି । ଆମେ ନିଆଁରେ ଆହୁତି ଦାନ ଦେଇଥାଉ, ଯାହା ପ୍ରତିବଦଳରେ ଆମକୁ ଉତ୍ତାପ ଦେଇଥାଏ, ଯାହାକି ରାନ୍ଧିବା, ଜଳକୁ ତରଳ ଆକାରରେ ରଖିବା ଏବଂ ଶରୀରର ତାପମାତ୍ରା ବଜାୟ ରଖିବା ଭଳି ଉଦ୍ଦେଶ୍ୟ ପାଇଁ ଜୀବନରେ ଆବଶ୍ୟକ ଅଟେ । ମାନବ ଶରୀରର କାର୍ଯ୍ୟ ଏକ ଯଜ୍ଞ ପରି, ଯେଉଁଥିରେ ଗୋଟିଏ ଅଙ୍ଗ ଦିଏ ଏବଂ ଅନ୍ୟ ଅଙ୍ଗ ନିଏ ଏବଂ ସେମାନେ ସମସ୍ତେ ପରସ୍ପର ଉପରେ ନିର୍ଭରଶୀଳ । 

ତେଣୁ ଶ୍ରୀକୃଷ୍ଣ କୁହନ୍ତି, ଅର୍ପଣ, ହବନ, ଅଗ୍ନି ଏବଂ ନିର୍ବାହକ ସମସ୍ତ ବ୍ରହ୍ମ ଅଟନ୍ତି ଏବଂ ଏପରିକି ଗନ୍ତବ୍ୟସ୍ଥଳ ବା ଫଳାଫଳ ମଧ୍ୟ ବ୍ରହ୍ମ ଅଟନ୍ତି (4.24) । ଅହଂକାରକୁ ଛାଡ଼ିବା ହିଁ ନିଜକୁ ମୁକ୍ତ କରି ବ୍ରହ୍ମକୁ ପ୍ରାପ୍ତ କରିବାର ଏକମାତ୍ର ଉପାୟ ।

https://samajaepaper.in/imageview_54_2642025211115870_4_83_27-04-2025_6_i_1_sf.html


Contact Us

Loading
Your message has been sent. Thank you!