
ପ୍ରତ୍ୟେକ ସଂସ୍କୃତି ସମାଜରେ ଶାନ୍ତି ପାଇଁ ‘କ’ଣ କରିବା ଏବଂ କ’ଣ କରିବା ନାହିଁ’ ବିକଶିତ କରିଛି ଏବଂ ନ୍ୟାୟ ବ୍ୟବସ୍ଥାର ବିକାଶ ସହିତ କିଛି କ’ଣ ‘କରିବା ନାହିଁ’ ଏକ ଦଣ୍ଡନୀୟ ଅପରାଧରେ ପରିଣତ ହୋଇଛି । ଅପରାଧିକ ନ୍ୟାୟପାଳିକାରେ, ଅପରାଧୀର ଉଦ୍ଦେଶ୍ୟମୂଳକ ଉପସ୍ଥିତି ଏବଂ ନିସ୍ପାଦନ ଭୂମିକା ଦ୍ୱାରା ଅପରାଧର ନିର୍ଣ୍ଣୟ କରାଯାଏ । ଉଦ୍ଦେଶ୍ୟ ହେଉଛି ଅପରାଧ ପଛରେ ଥିବା ଚିନ୍ତା ଏବଂ କାର୍ଯ୍ୟକାରିତା ହେଉଛି ଭୌତିକ ଦିଗ । ଯେକୌଣସି ବ୍ୟକ୍ତିଙ୍କୁ ଅପରାଧରେ ଦୋଷୀ ସାବ୍ୟସ୍ତ କରିବା ପାଇଁ ଉଭୟ ଉପାଦାନର ପ୍ରମାଣ ଆବଶ୍ୟକ ଅଟେ ।
ଯଦି ଆମେ ଉଦ୍ଦେଶ୍ୟକୁ ସଂକଳ୍ପ ରୂପରେ ଏବଂ ନିଷ୍ପାଦନକୁ କାମନା ରୂପରେ ଦେଖନ୍ତି ତେବେ ଆମେ ଶ୍ରୀକୃଷ୍ଣଙ୍କ କଥା ବୁଝିପାରିବା, “ଯାହାଙ୍କର ସମସ୍ତ ଶାସ୍ତ୍ରସମ୍ମତ କର୍ମ କାମନାଶୂନ୍ୟ ଓ ସଂକଳ୍ପଶୂନ୍ୟ ହୋଇଥାଏ ତଥା ଯାହାଙ୍କର ସମସ୍ତ କର୍ମ ଜ୍ଞାନରୂପକ ଅଗ୍ନି ଦ୍ୱାରା ଭସ୍ମ ହୋଇଯାଇଛି, ସେହି ମହାପୁରୁଷଙ୍କୁ ଜ୍ଞାନୀମାନେ ମଧ୍ୟ ପଣ୍ଡିତ ବୋଲି କହନ୍ତି” (4.19) ।
ସାଧାରଣତଃ, ଯେପର୍ଯ୍ୟନ୍ତ ଅପରାଧ ନହୁଏ, ସେପର୍ଯ୍ୟନ୍ତ ସମାଜ ସନ୍ତୁଷ୍ଟ, ଯଦିଓ ଜଣେ ଅପରାଧିକ ଉଦ୍ଦେଶ୍ୟ ସହିତ ବୁଲୁଛି । କିନ୍ତୁ ଶ୍ରୀକୃଷ୍ଣ କହିଛନ୍ତି ଯେ ଆମେ ପ୍ରଥମେ କାମନା ତ୍ୟାଗ କରିବା ଉଚିତ ଏବଂ ପରବର୍ତ୍ତୀ ସମୟରେ ସଂକଳ୍ପ ମଧ୍ୟ ତ୍ୟାଗ କରିବା ଉଚିତ ।
ଆଇନର ଭୟ, ସମ୍ବଳର ଅଭାବ କିମ୍ବା ନିଜର ପ୍ରତିଷ୍ଠା ବଜାୟ ରଖିବା ଭଳି ବିଭିନ୍ନ କାରଣରୁ ମଣିଷ କାମନାକୁ ଛାଡିଥାଏ । କିନ୍ତୁ ସଂକଳ୍ପ ବହୁତ ଗଭୀର ଏବଂ ଯେପର୍ଯ୍ୟନ୍ତ ଏହା ଜୀବିତ ଅଛି, ଏକ ଦୁର୍ବଳ ମୁହୂର୍ତ୍ତରେ ଏହା ବାସନାରେ ପରିଣତ ହେବାର ସମ୍ଭାବନା ସର୍ବଦା ଥାଏ । ସେଥିପାଇଁ ଶ୍ରୀକୃଷ୍ଣ ଆମକୁ କେବଳ କାମନା ତ୍ୟାଗ କରିବାକୁ ନୁହେଁ ବରଂ ସଂକଳ୍ପକୁ ଛାଡିବାକୁ ମଧ୍ୟ କୁହନ୍ତି, ଯାହା ଇଚ୍ଛାକୁ ସଞ୍ଚାଳନ କରେ ।
ପିଲାଦିନରୁ ଆମକୁ ବାରମ୍ବାର କୁହାଯାଏ ଯେ ଆମର ଶୈକ୍ଷିକ, ଅର୍ଥନୈତିକ ତଥା ବ୍ୟକ୍ତିଗତ ଅଭିବୃଦ୍ଧି ହାସଲ କରିବାକୁ ଆମର ସଂକଳ୍ପ ଏବଂ ଇଚ୍ଛା ରହିବା ଆବଶ୍ୟକ, ଯେଉଁଥି ପାଇଁ ଏହି ଅସ୍ତିତ୍ୱଗତ ସତ୍ୟକୁ ବୁଝିବା ଦିଗରେ ଆମର ଅଗ୍ରଗତି କଷ୍ଟସାଧ୍ୟ ହୁଏ । ଧ୍ୟାନ ଦେବା ବିଷୟ ହେଉଛି, ଇଚ୍ଛା ହେଉଛି ଏକ ଇଚ୍ଛା, ଏହା ଉତ୍ତମ ହେଉ କିମ୍ବା ନିମ୍ନ ।
ଯେତେବେଳେ ଇଚ୍ଛା ଏବଂ ସଂକଳ୍ପ ପରିତ୍ୟାଗ ହୁଏ, ଜଣେ ନିଶ୍ଚଳ ସମାଧିକୁ ପ୍ରାପ୍ତ କରେ ଯାହା ଆସକ୍ତି, ଭୟ ଏବଂ କ୍ରୋଧରୁ ମୁକ୍ତି । ଏହି ପରିସ୍ଥିତିରୁ ଉତ୍ପନ୍ନ କର୍ମ ଏହି ସଚେତନତା ସହିତ ଜଳିକରି ଶୁଦ୍ଧ ହୋଇଯାଏ ।
https://samajaepaper.in/imageview_48_54202522115734_4_83_06-04-2025_6_i_1_sf.html