Gita Acharan |Odia

ଗୀତାରେ ଅନେକ ସଠିକ୍‌ ଉପାୟ ଅଛି ଯେଉଁଥିରେ ଆତ୍ମ-ହୃଦୟଙ୍ଗମ କରିବାରେ ବାଧା ଦୂର କରିବାର କ୍ଷମତା ଅଛି । ଏହିପରି
ଏକ ନିଶ୍ଚିତ ଉପାୟ ହେଉଛି ନିଜକୁ ଅନ୍ୟମାନଙ୍କ ଠାରେ ଏବଂ ଅନ୍ୟମାନଙ୍କୁ ନିଜ ଭିତରେ ଦେଖିବା । ଶ୍ରୀକୃଷ୍ଣ ଆମକୁ ଅନୁଭବ
କରିବାକୁ କୁହନ୍ତି ଯେ ସେ ଆମ ସମସ୍ତଙ୍କ ଭିତରେ ଅଛନ୍ତି ଏବଂ ସେ ଅବ୍ୟକ୍ତ କିମ୍ବା ନିରାକାରକୁ ସୂଚାଉଛନ୍ତି । ଶ୍ରୀକୃଷ୍ଣ
ଶ୍ରୀମଦ୍‌ଭାଗବତରେ କହିଛନ୍ତି ଯେ ଆମେ ନିଜେ ସେହି ବୁଝାମଣା ହାସଲ କରିବା ଉଚିତ୍‌ ଯାହା ଦ୍ୱାରା ବିଭାଜନ ଶେଷ ହୁଏ ଏବଂ ସେହି
ଅବସ୍ଥାରେ ଆମେ ପ୍ରଭୁଙ୍କୁ ପ୍ରଣାମ କରିବା ପରି ଏକ ଗଧ କିମ୍ବା ଚୋରକୁ ପ୍ରଣାମ କରିବା ।
ଇନ୍ଦ୍ରିୟଗୁଡିକ ଦ୍ୱାରା ଆଣିଥିବା ସୂଚନା ଉପରେ ଆଧାର କରି, ଆମର ମସ୍ତିଷ୍କ ପରିସ୍ଥିତିକୁ ନିରାପଦ/ସୁଖଦ କିମ୍ବା
ଅସୁରକ୍ଷିତ/ଅପ୍ରୀତିକର ଭାବରେ ବିଭକ୍ତ କରିବାକୁ ପ୍ରଶିକ୍ଷିତ କରାଯାଇଛି । ଏହା ଆସୁଥିବା ବିପଦରୁ ନିଜକୁ ରକ୍ଷା କରିବା ପାଇଁ
ଆବଶ୍ୟକ ଏବଂ ଉପଯୋଗୀ । ଯେକୌଣସି ପ୍ରଯୁକ୍ତିବିଦ୍ୟା ପରି, ମନ ମଧ୍ୟ ଦୁଇ ଧାରର ଥାଏ ଏବଂ ଆମ ଉପରେ ପ୍ରାଧାନ୍ୟ ଦେବା
ପାଇଁ ଏହାର ସୀମା ଅତିକ୍ରମ କରେଯାହା ଅହଂକାରର ଜନ୍ମ ସ୍ଥାନ । ଏହି ସଠିକ୍‌ ଉପାୟ ଆମକୁ ଶିକ୍ଷା ଦିଏ ଯେ ବିଭାଜନକୁ ହ୍ରାସ
କରିବା ପାଇଁ ମନକୁ ନିୟନ୍ତ୍ରଣ କରିବାକୁ ପଡ଼ିବ ଯାହା ଦ୍ୱାରା ସମନ୍ୱୟ ବା ଏକତା ରହିଥାଏ । ସୂଚନାଯୋଗ୍ୟ ଯେ ଆମ ଶରୀର
ସମେତ ଯେ କୌଣସି ଜଟିଳ ଭୌତିକ ଅସ୍ତିତ୍ୱ ଏହି ସମନ୍ୱୟ ବିନା ବଞ୍ଚିପାରିବ ନାହିଁ ।
ଯେତେବେଳେ ଆମେ ଏହି ସୁନିଶ୍ଚିତ ପ୍ରତିକାର ବ୍ୟବହାର କରୁ, ଆମେ ଅନ୍ୟମାନଙ୍କ ପ୍ରତି ଦୟା ବଢ଼ାଇଥାଉ ଏବଂ ନିଜ
ବିଷୟରେ ଆମେ ଆମର ସଚେତନତାକୁ ବଢ଼ାଇଥାଉ । ଏହାକୁ ହୃଦୟଙ୍ଗମ କରିବାର ସର୍ବୋତ୍ତମ ଉପାୟ ହେଉଛି ଏମିତି ଜଣେ ବ୍ୟକ୍ତି
ଠାରୁ ଆରମ୍ଭ କରିବା ଯାହାକୁ ଆମେ ଶତ୍ରୁ ଭାବରେ ବିବେଚନା କରୁ ଏବଂ ସେହି ବ୍ୟକ୍ତିଙ୍କୁ ଭଗବାନ ଭାବରେ ଦେଖିବା । ଅବଶ୍ୟ ଏହା
କଷ୍ଟସାଧ୍ୟ କାରଣ ସେଠାରେ ଅନେକ ଅପ୍ରୀତିକର ସ୍ମୃତି ଏବଂ ଭାବନା ସଂଲଗ୍ନ ହୋଇଥାଏ ଏହି ଅଭ୍ୟାସ ଦ୍ୱାରା ସମୟ ସହିତ ସେହି
ଘୃଣା ଆନନ୍ଦରେ ବଦଳିଯାଏ । ଜୀବନରେ ଏପରି ପରିସ୍ଥିତି ଦେଇ ଗତି କରିଛୁ ଯେଉଁଠାରେ ଆମେ ସମସ୍ତେ ଏପରି ବ୍ୟବହାର କରିଛୁ ଏବଂ
ଆମକୁ ଏହି ଅଭ୍ୟାସର ପୁନରାବୃତ୍ତି କରିବା ଆବଶ୍ୟକ ।
ଗୀତା ଦେଇଥିବା ପଥରେ, ନିଜକୁ ସଚେତନ କରିବା ଏବଂ ଅନ୍ୟମାନଙ୍କ ପ୍ରତି କରୁଣା ଅନ୍ତରାତ୍ମା କୂଳକୁ ଯାଉଥିବା ଏକ
ଡଙ୍ଗାର ଦୁଇଟି କାତ ପରି ।
ଥରେ ଆମେ ଏହା ବୁଝିବା ପରେ, ଆମେ ଭଗବାନ ଶ୍ରୀକୃଷ୍ଣଙ୍କୁ କରୋନା ମହାମାରୀରେ ଦେଖିପାରିବା କି?


Contact Us

Loading
Your message has been sent. Thank you!