Gita Acharan |Odia

 

ଜୀବନରେ ଅନେକ ଉଥିାନ-ପତନ ଆସେ ଏବଂ ଏହା ନିର୍ଭର କରେ ଆମେ ସେଗୁଡ଼ିକୁ କିପରି ପରିଚାଳନା କରୁ । ଏହା ସ୍ୱାଭାବିକ ଯେ ଯେତେବେଳେ ଜଣେ କଠିନ ସମୟ ଦେଇ ଗତି କରେ, ସେ ନିରାଶ ହୋଇଯାଏ ଏବଂ କର୍ମ ତ୍ୟାଗ କରିବାକୁ ପ୍ରଲୋଭିତ ହୁଏ, କାରଣ ଆମେ ସମସ୍ତେ ଏହି ଭ୍ରମରେ ରହିଥାଉ ଯେ ଆମର କର୍ମ ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର କର୍ମ ମଧ୍ୟ ଆମକୁ ସୁଖ କିମ୍ବା ଦୁଃଖ ଆଣିଥାଏ । ଅର୍ଜୁନ ମଧ୍ୟ ସମାନ ଦ୍ୱନ୍ଦ୍ୱ ଦେଇ ଗତି କରୁଛନ୍ତି ଏବଂ ଯୁଦ୍ଧ ଲଢ଼ିବାର କର୍ତ୍ତବ୍ୟ ତ୍ୟାଗ କରିବାକୁ ଚାହୁଁଛନ୍ତି । 

ଶ୍ରୀକୃଷ୍ଣ ସ୍ପଷ୍ଟ କରିଛନ୍ତି ଯେ, “ଯେଉଁ ପୁରୁଷ କର୍ମଫଳକୁ ଆଶ୍ରୟ ନ କରି କର୍ତ୍ତବ୍ୟକର୍ମ କରନ୍ତି, ସେ ହିଁ ସନ୍ନ୍ୟାସୀ ତଥା ଯୋଗୀ ଅଟନ୍ତି । କେବଳ ଅଗ୍ନି ତ୍ୟାଗ କରିଥିବା ଲୋକ ସନ୍ନ୍ୟାସୀ ନୁହେଁ, କି କେବଳ କର୍ମ ତ୍ୟାଗ କରିଥିବା ଲୋକ ଯୋଗୀ ନୁହେଁ ”(6.1) ।

କର୍ତ୍ତବ୍ୟ କର୍ମର ସମ୍ବନ୍ଧରେ ଯେତେ ଅଧିକ ସ୍ପଷ୍ଟୀକରଣ ଦିଆଯାଏ ସେତେ ଅଧିକ ସନ୍ଦେହ ସୃଷ୍ଟି କରିପାରେ କାରଣ ଏହା ସମ୍ପୂର୍ଣ୍ଣ ଅନୁଭୂତିଶୀଳ । ପହଁରିବା ଶିଖିବାକୁ ହେଲେ ପାଣିରେ ବୁଡ଼ ପକାଇବାକୁ ପଡ଼ିବ ଏବଂ ଠିକ୍‌ ସେହିଭଳି କର୍ତ୍ତବ୍ୟକର୍ମ ବୁଝିବା ପାଇଁ ଜୀବନକୁ ଅନୁଭବ କରିବାକୁ ପଡ଼ିବ । ଇନ୍ଦ୍ରିୟଗୁଡିକର ସାହାଯ୍ୟ ବିନା ଖୁସି ହେବା ହେଉଛି ଆମର ଅଗ୍ରଗତି ମାପିବା ପାଇଁ ମାନଦଣ୍ଡ ଯେପରି ପହଁରିବା ଶିଖିବା ପାଇଁ ପହଁରିବା ।

ସେହିପରି ଏକ ବୀଜକୋଷରୁ ଆଶା କରାଯାଏ ସେ ଭୃଣର ରକ୍ଷା କରେ ଏବଂ ଏହା ମଧ୍ୟ ଆଶା କରାଯାଏ ଯେ ସଠିକ୍‌ ପରିସ୍ଥିତିରେ ଅଙ୍କୁରିତ ହେବାର ରାସ୍ତା ମଧ୍ୟ ଦେବ । ଯଦିଓ ଏହା ଆମ ପାଇଁ ସ୍ୱାଭାବିକ ମନେ ହୁଏ, ଏକ ବୀଜକୋଷର ଦୃଷ୍ଟିକୋଣରୁ ଏହା ଦ୍ୱନ୍ଦ୍ୱପୂର୍ଣ୍ଣ ଯେ ଥରେ ସଂରକ୍ଷଣ କରିବା ଏବଂ ପରେ ସଂରକ୍ଷଣ ନ କରିବା । ବୀଜକୋଷର ବିଷୟ ସଦୃଶ ସର୍ବଶକ୍ତିଶାଳୀ ବର୍ତ୍ତମାନର ମୁହୂର୍ତ୍ତ ଦ୍ୱାରା ଆମକୁ ପ୍ରଦାନ କରାଯାଇଥିବା କର୍ମକୁ ଅତୀତର ଭାର ଏବଂ ଭବିଷ୍ୟତରୁ ଆଶା ବିନା କରିବା ହିଁ କର୍ତ୍ତବ୍ୟ କର୍ମ ।

ଦ୍ୱିତୀୟରେ, ଶ୍ରୀକୃଷ୍ଣ କହୁଛନ୍ତି ଯେ ସନ୍ନ୍ୟାସୀ ସେ ହିଁ ଅଟେଯିଏ କର୍ମର ଫଳ ଛାଡିଥାଏ କିନ୍ତୁ କର୍ମ ଛାଡି ନଥାଏ । ଏହା ସେଆତ୍ମତୃପ୍ତି ପାଇଁ ପ୍ରଚଳିତ କଥନକୁ ଅସ୍ୱୀକାର କରେ ଯେଉଁଠାରେ କୁହାଯାଏ ଯେ “କର୍ମ ନ କରିବାର ଅର୍ଥ ହେଉଛି ନା ଦୁଃଖ ନା ପାପ” । ଶ୍ରୀକୃଷ୍ଣଙ୍କ ମାର୍ଗଦର୍ଶନ ଆମ ପ୍ରତ୍ୟେକଙ୍କୁ ପଳାୟନର ଆଶ୍ରୟ ନ ନେଇ ସନ୍ନ୍ୟାସୀ ହେବାକୁ ସକ୍ଷମ କରେ । ପରିସ୍ଥିତି ଯାହା ବି ହେଉ, ଯେଉଁ କ୍ଷଣରେ କେହି କର୍ମଫଳର ଆଶା ଛାଡ଼ି ଦିଏ, ସେହି ସମୟରେ ସେ ସନ୍ନ୍ୟାସୀର ସୁଖ ପ୍ରାପ୍ତ କରେ ।

 

https://samajaepaper.in/imageview_34_1392025214728393_4_83_14-09-2025_6_i_1_sf.html#google_vignette


Contact Us

Loading
Your message has been sent. Thank you!